Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଡାକ୍ତର

ଭୁବନେଶ୍ୱର, 27 ନଭେମ୍ବର – ଭିଜିଲାନ୍ସ ଜାଲରେ ଡାକ୍ତର । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗର ଡାକ୍ତର ସଂଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ସୋନପୁର ଭିଜିଲାନ୍ସ ଟିମ । ଜଣେ ରୋଗୀଙ୍କ ଆଖି ଅପରେସନ ପାଇଁ ଡାକ୍ତର ଜଣକ ଟଙ୍କା ଦାବି କରିଥିଲେ । ସାରା ଓଡ଼ିଶାରେ ସବୁ ସରକାରୀ ମେଡିକାଲରେ ସେହି ଅପରେସନ ବିନା ଟଙ୍କାରେ ହେଉଥିବା ବେଳେ ଏଠାରେ ଡାକ୍ତରଜଣକ ଅପରେସନ ପାଇଁ ଟଙ୍କା ଦାବି କରିଥିଲେ । ଆଜି ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଛନ୍ତି ଡାକ୍ତର । ସମ୍ପୃକ୍ତ ଡାକ୍ତରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଏହାପରେ ଡକ୍ଟର କରଙ୍କର ସୁବର୍ଣ୍ଣପୁର ଓ ବଲାଙ୍ଗିରର ତିନୋଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button