ଆପଣ ଜାଣିଛନ୍ତି କି ପୋଲାଣ୍ଡ କାହିଁକି ୟୁକ୍ରେନରୁ ଆସୁଥିବା ଭାରତର ଲୋକଙ୍କୁ ଆଜି ବିନା ଭିସାରେ ନିଜ ଦେଶକୁ ଆସିବାକୁ ଅନୁମତି ଦେଉଛି?
ଜାମ ଦିଗବିଜୟ ସିଂ

ଆପଣ ଜାଣିଛନ୍ତି କି ପୋଲାଣ୍ଡ କାହିଁକି ୟୁକ୍ରେନରୁ ଆସୁଥିବା ଭାରତର ଲୋକଙ୍କୁ ଆଜି ବିନା ଭିସାରେ ନିଜ ଦେଶକୁ ଆସିବାକୁ ଅନୁମତି ଦେଉଛି?
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା। କେବଳ ମହିଳା ଏବଂ ଶିଶୁମାନେ ରହିଯାଇଥିଲେ । ସେଠାରେ ଥିବା ଅନ୍ୟ ସମସ୍ତ ଯୁବକ ପୁରୁଷ ଯୁଦ୍ଧରେ ନିହତ ହୋଇଥିଲେ।
ସେଠାରେ ମହିଳା ମାନଙ୍କର ସମ୍ମାନ ବିପଦରେ ଥିବାରୁ ପୋଲାଣ୍ଡର ମହିଳାମାନେ ପୋଲାଣ୍ଡ ଛାଡିଥିଲେ। ମହିଳା ଏବଂ ଶିଶୁ ଭରା ଜାହାଜ ଅଜ୍ଞାତ ରାସ୍ତାରେ ବାହାରି ଆସିଥିଲା । ଭୋକ ଉପାସରେ ଅନେକ ଦୂର ଅତିକ୍ରମ ପରେ ବି କୌଣସି ଦେଶ ତାଙ୍କୁ ଆଶ୍ରୟ ଦେଇ ନ ଥିଲେ।
ତା’ପରେ ଏହି ଜାହାଜ ଭାରତ ଆଡକୁ ଆସିଲା । ଜାହାଜ ଗୁଜୁରାଟର ଜାମନଗର ଉପକୂଳରେ ଅଟକି ଗଲା। ସେଠାରେ ଥିବା ରାଜା ଜାମ ଦିଗଜୟ ସିଂ ଜାଡେଜାଜୀ ସେମାନଙ୍କର ଦୟନୀୟ ଅବସ୍ଥା ଦେଖି ତାଙ୍କୁ ଆଶ୍ରୟ ଦେଇଥିଲେ। କେବଳ ଆଶ୍ରୟ ଦେଇନଥିଲେ, ବରଂ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ।
ପାଠପଢା ସହ ଯୁଦ୍ଧ ଶିକ୍ଷା ବି ଦେବାର ବ୍ୟବସ୍ଥା କରିଥିଲେ। ପିଲାଏ ବଡ଼ ହେବାପରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ସହ ପୋଲାଣ୍ଡକୁ ପଠାଇଥିଲେ। ସେମାନେ ଜାମନଗର ଆର୍ମିର ଟ୍ରେନିଂ ଦ୍ୱାରା ନିଜ ଦେଶକୁ ପୁନଃ ପ୍ରତିଷ୍ଠା କରିପାରିଥିଲେ।
ପୋଲାଣ୍ଡର ଲୋକଙ୍କ ସମ୍ବିଧାନ ଅନୁଯାୟୀ ଜାମ ଦିଗବିଜୟ ସିଂ ଜୀ ସେମାନଙ୍କ ପାଇଁ ଏକ ଦେବତୁଲ୍ୟ। ସେଥିପାଇଁ ଆଜି ମଧ୍ୟ ଜାମ ଦିଗବିଜୟ ସିଂ ଜୀ ଙ୍କୁ ସାକ୍ଷୀ ଭାବରେ ମାନି କରି ସେଠାକାର ନେତାମାନେ ସଂସଦରେ ଶପଥ ନେଇଥାନ୍ତି।
ଯଦି ଭାରତରେ ଜାମ ଦିଗବିଜୟ ସିଂ ଜୀ ଙ୍କର ଅପମାନ ହୁଏ, ତେବେ ଏଠାରେ ଆଇନରେ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। କିନ୍ତୁ ଯଦି ପୋଲାଣ୍ଡରେ ଏପରି ଭୁଲ କେହି କରେ, ତେବେ ତାକୁ ତୋପରେ ବାନ୍ଧି ଉଡ଼ାଇ ଦିଆଯିବ । ଏହାକୁ କୁହାଯାଏ କୃତଜ୍ଞତା। କିନ୍ତୁ ଆମ ଦେଶବାସୀ ଯେଉଁଠି ଖାଆନ୍ତି ସେଇଠି ଦଙ୍ଗାକରି ନିଆଁ ଲଗାନ୍ତି।
ପୋଲାଣ୍ଡ ଜାମ ସାହେବଙ୍କ କାର୍ଯ୍ୟକୁ ଭୁଲି ନାହିଁ କି ଗୁଜୁରାଟକୁ ବି ଭୁଲିନାହିଁ। ମୋଦୀସାହାଵଙ୍କ ଗୋଟିଏ ଟେଲିଫୋନ କଲରେ ପୋଲାଣ୍ଡ ଭାରତର ଲୋକଙ୍କୁ କେବଳ ବିନା ଭିସାରେ ଆସିବାକୁ ଅନୁମତି ଦେଇନାହିଁ ସେମାନଙ୍କ ରହିବା ଖାଇବା ପାଇଁ ହୋଟେଲର ବ୍ୟବସ୍ଥା କରିଛି ।
ଜାମ ଦିଗବିଜୟ ସିଂଜୀଙ୍କ ବିଷୟରେ ଆମର କେବେ ଭାରତର ଇତିହାସ ପୁସ୍ତକଗୁଡ଼ିକରେ ପଢି ନାହାନ୍ତି। ଯେତେବେଳେ ପୋଲାଣ୍ଡର ନାଗରିକମାନେ ଭାରତୀୟଙ୍କୁ ପଚାରନ୍ତି “ଆପଣ ଗୁଜୁରାଟ ଜାମନଗରର ମହାରାଜା ଜାମ ଦିଗବିଜୟ ସିଂଜୀଙ୍କୁ ଜାଣନ୍ତି?” ସେତେବେଳେ ପରିଦର୍ଶନ କିମ୍ବା ଅଧ୍ୟୟନ କରିବାକୁ ଯାଇଥିବା ଭାରତୀୟମାନେ କୁହନ୍ତି, “Who is he? We don’t know.” ଏପରି ଶିକ୍ଷାର କି ମୂଲ୍ୟ ଯାହା ଆମକୁ ଆମ ମୂଳ ଠାରୁ ଅଲଗା କରିଛି। କାହିଁକି ଆମକୁ କେବଳ ଆକ୍ରମଣକାରୀଙ୍କ ଇତିହାସ ପଢ଼ା ଯାଉଛି?
ଏ ପ୍ରଶ୍ନ ନିଜକୁ ପଚରନ୍ତୁ-ଉତ୍ତର ଆପେ ଆପେ ମିଳିଯିବ।