Breaking PLUSଓଡ଼ିଶାଶିକ୍ଷା

ରାଜ୍ୟରେ ବଦଳିପାରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି: ଡିଏମଇଟି

ବଦଳିପାରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ରାଜ୍ୟରେ ଓମିକ୍ରନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଡିଏମଇଟି ରମାରମଣ ମହାନ୍ତି । ସେ କହିଛନ୍ତି ଯେ, ‘ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । ସେତେବେଳେ ଓମିକ୍ରନ ଆସିନଥିଲା କି ସଂକ୍ରମଣ ବଢ଼ି ନଥିଲା ।

ଏବେ ସଂଖ୍ୟା ବଢ଼ିଲାଣି, ଯାହାଫଳରେ ସ୍କୁଲ ଖୋଲିବ ନିଷ୍ପତ୍ତି ବଦଳିପାରେ ।’ ଆଜି ରାଜ୍ୟରେ ଓ ଜାତୀୟ ସ୍ତରରେ ଓମିକ୍ରନ ସଂକ୍ରମଣ ବଢ଼ିଛି । ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି ।

ତେବେ କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ରାଜ୍ୟରେ ଜାନୁଆରୀ ୩ରୁ ପ୍ରାଥମିକ ସ୍କୁଲ ଖୋଲିବାକୁ ଯାଉଛି ବୋଲି ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୩ ତାରିଖରୁ ଖୋଲିବ । ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଏହା ସହ ଯେଉଁ ସ୍କୁଲରେ ସମ୍ମେଟିଭ ପରୀକ୍ଷା ହେବ, ସେଠାରେ ସ୍କୁଲ ୧୦ରୁ ଖୋଲିବ । କୋଭିଡ ଗାଇଡଲାଇନ ମାନି ସ୍କୁଲ ଖୋଲିବ ଓ ପାଠପଢ଼ା ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button