Breaking PLUSଦେଶମୁଖ୍ୟ ଖବରରାଜନୀତି

ଡିଏମଡିକେ ପ୍ରମୁଖ ବିଜୟକାନ୍ତଙ୍କ ବିୟୋଗ

ଚେନ୍ନାଇ, 28 ଡିସେମ୍ବର – ଦେସିୟା ମୁରପୋକ୍କୁ ଦ୍ରବିଡ କଡଗମ (ଡିଏମଡିକେ) ନେତା ବିଜୟକାନ୍ତଙ୍କ ଗୁରୁବାର ଦିନ ବିୟୋଗ ହୋଇଛି । ନିକଟରେ ସେ ଅସୁସ୍ଥ ଥିବା ବେଳେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ବିଜୟକାନ୍ତଙ୍କ ପ୍ରକୃତ ନାମ ବିଜୟରାଜ ଥିଲା । ଏବଂ ସେ ଫିଲ୍ମ ଦୁନିଆରେ ବେଶ୍ ସଫଳତା ପାଇବା ପରେ ରାଜନୀତିରେ ପାଦ ରଖିଥିଲେ । ସେ ଅନେକ ତାମିଲ ଫିଲ୍ମରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । 2005ରେ ସେ ଡିଏମଡିକେ ନାମରେ ଏକ ରାଜନୈତିକ ଦଳ ଗଢିଥିଲେ । 2011ରୁ 2016 ଯାଏ ସେ ତାମିଲନାଡୁରେ ବିରୋଧୀ ଦଳ ନେତା ଥିଲେ ।

Show More

Related Articles

Back to top button