ଦେଶମନୋରଞ୍ଜନ

‘କାନ୍ତାରା’କୁ ନେଇ ଥମୁନି ବିବାଦ,ଗୀତକୁ ଚୋରି କରିଥିବା ନେଇ ନିର୍ମାତାଙ୍କ ନାଁରେ ଅଭିଯୋଗ

ପୁଣି ବିବାଦ ମଧ୍ୟରେ ‘କାନ୍ତାରା’ । ଚର୍ଚ୍ଚାରେ ଥିବା କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’କୁ ନେଇ ନୂଆନୂଆ ବିବାଦ ସାମ୍ନାକୁ ଆସୁଛି । ଗୋଟେପଟେ ଫିଲ୍ମଟି  ବକ୍ସ ଅଫିସରେ ଜବରଦସ୍ତ କଲେକସନ୍‌ କରୁଥିବାବେଳେ ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ନିକଟରେ ଫିଲ୍ମରେ ଭୁତ କାଲା ପରମ୍ପରାକୁ ହିନ୍ଦୁ ସଂସ୍କୃତି ସହିତ ଯୋଡିବାକୁ ଆପତ୍ତି ହୋଇତଥିଲାବେଳେ ପୁଣିନବରସମ’ ଗୀତକୁ ନିର୍ମାତାମାନେ ଚୋରି କରିଥିବା ଅଭିଯୋଗ ହୋଇଛି।

କେରଳର ଏକ ବ୍ୟାଣ୍ଡ ‘ଥେକୁଡମ୍ ବ୍ରିଜ୍’ କନ୍ନଡ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ଗୀତ ‘ନବରସମ’କୁ ବିକୃତ କରିଥିବା ଅଭିଯୋଗ କରିଛି।  ଗୀତ ‘ବରାହ ରୂପମ’ ସେମାନଙ୍କ ଗୀତ ‘ନବରସମ’ର କପି ବୋଲି ଏହି ବ୍ୟାଣ୍ଡ ଦାବି କରିଛି। କାହିଁକି ନା କାନ୍ତାର ଗୀତର ‘ ନବରସମ ‘ର ସମୂର୍ଣ୍ଣ ସମାନ।

ବ୍ୟାଣ୍ଡର ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେ ଆମର ଶ୍ରୋତାମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ‘ଥେକୁଡମ୍ ବ୍ରିଜ୍’ ବ୍ରିଜ୍ କୌଣସି ପ୍ରକାରେ କାନ୍ତାରା ସହିତ ଜଡିତ ନୁହେଁ। ଅଡିଓ ଦୃଷ୍ଟିରୁ ଆମର ଆଇପି ‘ନବାରସମ୍’ ଏବଂ ‘ବରାହ ରୂପମ୍’ ମଧ୍ୟରେ କପିରାଇଟ୍ ର ଏକ ସ୍ପଷ୍ଟ ଉଲ୍ଲଂଘନ । ଏହି ବିଷୟରେ ଅଭିଯୋଗ ଆଣିଥିବା ବ୍ୟାଣ୍ଡ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛି ।  କାନ୍ତାରା ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବିଚାର କରୁଥିବା କୁହାଯାଉଛି ।

Show More

Related Articles

Back to top button