Breaking PLUSଓଡ଼ିଶାମୁଖ୍ୟ ଖବର

ଏଡିଆର ରିପୋର୍ଟରେ ଖୁଲାସା- ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା

ଭୁବନେଶ୍ୱର- ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏଡିଆର ଓ ଓଡ଼ିଶା ଇଲେକସନ୍‌ ୱାଚ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବ୍ରହ୍ମପୁର ଶିବ ଶଙ୍କର ଦାସଙ୍କ ନାଁରେ ୪୮ କ୍ରିମିନାଲ କେସ୍‌ ରହିଛି। ଏଥିସହ ସବୁଠୁ ଧନୀ ଦିଗପହଣ୍ଡିର ବିଜେଡି ପ୍ରାର୍ଥୀ ବପ୍ଳବ ପାତ୍ର। ବପ୍ଳବଙ୍କ ମୋଟ୍‌ ସମ୍ପତ୍ତି ୩୩ କୋଟି ୩୪ ଲକ୍ଷରୁ ଅଧିକ। ସବୁଠାରୁ ଗରିବ ଲକ୍ଷ୍ମୀପୁରର ରମେଶ ଜାନି। ସେ ରିପବ୍ଲିକାନ ପାର୍ଟିର ବିଧାୟକ ପ୍ରାର୍ଥୀ। ତାଙ୍କ ପାଖରେ ମାତ୍ର ହଜାରେ ଟଙ୍କା ରହିଛି।

Show More

Related Articles

Back to top button