Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆ ପ୍ରଜାତିର ସଂକ୍ରମଣ କ୍ଷମତା ସଂପର୍କରେ ଜଣାପଡ଼ିନାହିଁ, ଏନେଇ ପରୀକ୍ଷାନିରୀକ୍ଷା ଚାଲିଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଚିନ୍ତା ବଢ଼ାଇଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ । ଏହି ନୂତନ ଭାରିଆଣ୍ଟ ଉପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହୁଛି ନୂଆ ଭାରିଆଣ୍ଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି । ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ,ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ ।

ଏନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭାରିଆଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି । ତେଣୁ ସମସ୍ତେ ସତର୍କ ରହିବା ଦରକାର ।

ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କଲା । ତେଣୁ ସମସ୍ତେ ସତର୍କ ରହିବା ଦରକାର । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହୁଛି ଅଧିକ ସମୟ ଦରକାର ସମସ୍ତ ସତର୍କ ରୁହନ୍ତୁ ଯେମିତି ସ୍ପ୍ରେଡ ନକରିବ । ଯେଉଁମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ ଆଣିବେ । ଏୟାରପୋର୍ଟରେ ତାଙ୍କ ଟେଷ୍ଟ ହେବ । ନେଗେଟିଭ ଆସିଲେ ବି ସାତ ଦିନ କ୍ୱାରେନଣ୍ଟାଇନରେ ରହିବେ । ଏୟାରପୋର୍ଟ ଅଥରିଟିକୁ ଆମେ ସବୁଦିନେ ବିଦେଶରୁ ଆସୁଥିବା ଲୋକଙ୍କ ଲିଷ୍ଟ ମାଗୁଛୁ । ପଜିଟିଭ ଆସିଲେ ଜିନୋମ ସ୍ୱିକେନସିଂ ପାଇଁ ଯିବ । ଟିକାକରଣ ବଡ଼ ଅସ୍ତ୍ର । କମ୍ ସମୟ ଭିତରେ ସମସ୍ତଙ୍କୁ ଫାଷ୍ଟ ଡୋଜ ଟିକା ଦିଆଯିବ । ଟିକା ହେଉଛି କୋଭିଡ ବିରୋଧରେ ବଡ଼ ଅସ୍ତ୍ର । ଭାଇରସର ମ୍ୟୁଟେସନ ହେବ । ଆମକୁ ସତର୍କ ରହିବାକୁ ପଡ଼ିବ । ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡ଼ିବ ।

Show More

Related Articles

Back to top button