Breaking PLUSଓଡ଼ିଶାମୁଖ୍ୟ ଖବର

୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ସେ କହିଛନ୍ତି, ଯେଉଁ ପିଲାମାନଙ୍କ ଟିକାକରଣ କରାଯିବ, ସେଥିପାଇଁ ଆମେ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସେମାନଙ୍କ ପାଇଁ ଡେଡିକେଟେଡ କୋଭିଡ ଟିକାରଣ କେନ୍ଦ୍ର କରିବେ ସେମାନଙ୍କ ଜିଲ୍ଲାରେ । ଏବଂ ତା ସଙ୍ଗେ ସଙ୍ଗେ ସ୍ପେସିଫିକ ଟାଇମିଂ ମେଣ୍ଟନ କରିବେ ।

ଯେଉଁ ପିଲାମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଇଲିଜେବୁଲ ହେବେ ଏହି ଟିକାକରଣ ପାଇଁ । ସକାଳ ୮ ଟାରୁ ଦିନ ୧ ଟା ଯାଏଁ ଟିକାକରଣ କରାଯିବ । ଅନ୍ୟ ଆଇକାର୍ଡ ବ୍ୟତୀତ ସେମାନଙ୍କ ସ୍କୁଲ ଆଇ କାର୍ଡ ଦେଖିକି ପଞ୍ଜିକରଣ ସହ ଟିକାକରଣ କରାଯିବ ।

୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ଅନୁମୋଦିତ ହୋଇଛି । ଯାହାଦ୍ୱାରା ଭ୍ୟାକ୍ସିନର ମିକ୍ସି ହେବା ନାହିଁ ।୩୪ ଲକ୍ଷ ଲୋକ ଏବେବି ବାକି ଅଛନ୍ତି ପ୍ରଥମ ଡୋଜ ଟିକା ନେବାପାଇଁ । ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି ।

ଟିକାକରଣ କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବେ । ଅନ୍ୟପଟେ ୬୦ ବର୍ଷରୁ ଉର୍ଦ୍ଦ ଲୋକମାନେ ବୁଷ୍ଟର ଡୋଜ ନେବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଟିକା ନେବା । ଏହି ଟିକାକରଣ ୧୦ ତାରିଖରୁ ଆରମ୍ଭ ହେବ ।

Show More

Related Articles

Back to top button