ଦେଶସ୍ୱତନ୍ତ୍ର

ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସି,ପ୍ରଥମ ପର୍ଯ୍ୟାୟରେ ସିବିଡିସି ପରୀକ୍ଷା

ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସି । ଆସନ୍ତାକାଲିଠୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଏହା ନଭେମ୍ବର ୧ ତାରିଖରୁ “ହୋଲସେଲ’ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ପରୀକ୍ଷା କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ଭାରତୀୟ ଡିଜିଟାଲ କରେନ୍ସି ସିବିଡିସି ପାଇଁ ୫୦ ପୃଷ୍ଟାର ସୂଚନା ପ୍ରଦାନ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ଘୋଷଣା କରିଛି ।

ଏକ ବିବୃତ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ ‘ସରକାରୀ ସିକ୍ୟୁରିଟିରେ ସେକେଣ୍ଡାରୀ ମାର୍କେଟ କାରବାରର ସମାଧାନ ପାଇଁ ହୋଲସେଲ ଡିଜିଟାଲ ଟଙ୍କା ନିୟୋଜିତ ହେବ’ ଯାହା ଏହା କାରବାର ଖର୍ଚ୍ଚ ହ୍ରାସ କରିବ।

ମାସକ ମଧ୍ୟରେ ଡିଜିଟାଲ ଟଙ୍କା (ଖୁଚୁରା)ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। କିଛି ସୀମିତ ଗ୍ରାହକ ଓ ସ୍ଥାନରେ ଏହାର ପରୀକ୍ଷାମୂଳକ ପ୍ରଚଳନ କରାଯିବ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ସେଗମେଣ୍ଟରେ ଏହାର ପ୍ରଚଳନ ହେବ। ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍‌ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ବୋଲି ଆର୍‌ବିଆଇ କହିଛି।

 

Show More

Related Articles

Back to top button