
ଚାଲିଗଲା ଆଫ୍ରିକାର ସବୁଠୁ ବଡ଼ ମାଇ ହାତୀ ‘ଦିଦା’ । କେନିଆ ଗ୍ରାସଲାଣ୍ଡରେ ରହି ଜୀବନ ବିତାଉଥିବା ଦିଦା ଆଫ୍ରିକାର ସବୁଠୁ ବଡ଼ ମାଇହାତୀ ନାମରେ ନାମିତ ଥିଲା । ଲମ୍ୱା ଦାନ୍ତ ଓ ମୋଟା ତ୍ୱଚା ପାଇଁ ପର୍ଯ୍ୟଟକ ଓ କେନିଆ ନାଗରିକଙ୍କଠାରେ ଦିଦା ବହୁତ ପରିଚିତ ଥିଲା । ତେବେ ଆଜି କେନିଆର ଟିସାଭୋ ଇଷ୍ଟ ନ୍ୟାସନାଲ ପାର୍କରେ ତାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାକୁ ୬୦ରୁ ୬୫ ବର୍ଷ ହୋଇଥିଲା ବୋଲି କୁହାଯାଉଛି ।
କେନିଆ ୱାଇଲ୍ଡ ଲାଇଫ ସର୍ଭିସ୍ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ,ଆଫ୍ରିକିୟ ବନ୍ୟଜୀବିଙ୍କ ମଧ୍ୟରେ ଦିଦା ତାର ପ୍ରଜାତିରେ ପ୍ରତୀକ ଥିଲା। ଦିଦା ପ୍ରତ୍ୟାକ୍ଷିତ ଜୀବନ ଠାରୁ ବହୁତ ଭଲ ଭାବେ ଜଙ୍ଗଲ ଭିତରେ ଜିଉଁଥିଲା । ଏହା ସହିତ ଦିଦାର କିଛି ପୁରୁଣା ଫଟୋ ମଧ୍ୟ କେନିଆ ୱାଇଲ୍ଡ ଲାଇଫ୍ ସର୍ଭିସ୍ ଟ୍ୱିଟର୍ରେ ପୋଷ୍ଟ କରିଛି।
ସେହିପରି ‘ଦିଦା ଟିସାଭୋ ପାଇଁ ଏକ ପ୍ରକୃତ ମାତୃସତ୍ତା ଥିଲା ଏବଂ ଅନେକ ଦଶକ ପାଇଁ ଜ୍ଞାନର ଏକ ବଡ଼଼ ଭଣ୍ଡାର ଥିଲା। ସେ ଅନେକ ଋତୁ ଏବଂ ସମସ୍ୟାପୂର୍ଣ୍ଣ ସମୟରେ ଗୋଠରେ ଥିବା ବନ୍ୟପ୍ରାଣୀଙ୍କୁ ଚରାଉଥିଲା। ସେ ଉଭୟ ବିଷୟରେ ଅନେକ ପ୍ରାମାଣିକ ଚଳଚ୍ଚିତ୍ରରେ ଅଂଶ ଗ୍ରହଣ କରି ପର୍ଯ୍ୟଟକମାନଙ୍କର ଆକର୍ଷଣ ସାଜିଥିଲା” ବୋଲି କେନିଆ ୱାଇଲ୍ଡ ଲାଇଫ ସର୍ଭିସ୍ କହିଛି। ଟିସାଭୋ ପରିବେଶ ସଂରକ୍ଷଣ ଗ୍ରୁପ୍ ଟ୍ରଷ୍ଟ କହିଛି ଯେ, ଦିଦା ଏକ ପ୍ରତିଷ୍ଠିତ ହାତୀର ଜ୍ୱଳନ୍ତ ପ୍ରତିକ ଥିଲା।