ଓଡ଼ିଶାମୁଖ୍ୟ ଖବର

ଧଉଳି ଶାନ୍ତିସ୍ତୁପର ରକ୍ଷଣାବେକ୍ଷଣ ଏବଂ ବିକାଶକୁ ନେଇ ଯୋଜନା

କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ପରିଦର୍ଶନ କରିଥିଲେ

ଓଡିଶା ଐତିହାସିକ ପ୍ରଯ୍ୟଟନ ସ୍ଥଳୀ ଧଉଳି ଶାନ୍ତିସ୍ତୁପ lକଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ପରିଦର୍ଶନ କରିଥିଲେ lଏହି ଅବସରରେ ସାଂସଦ ମହୋଦୟା ବିଭିନ୍ନ ବିକାଶ ମୂଳକ ବିଷୟ ନେଇ ଆଲୋଚନା କରିବା ସହ ଏହା ରକ୍ଷଣାବେକ୍ଷଣ ନେଇ ଚିନ୍ତା ପ୍ରକଟ କରିଥିଲେ l

ଧଉଳି ଉନୟନ ପରିଷଦ ନାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟାପକ ଅର୍ଥ ସଂଗ୍ରହ କରାଯାଉଥିଲେ ମଧ୍ୟ ଏହାର ବିକାଶ ହୋଇପାରୁନାହିଁ lଯାହାକି ଉକ୍ତ ଅର୍ଥର ସୁବିନିଯୋଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ଅର୍ଥର ବିନିଯୋଗ ନେଇ ପାରଦର୍ଶିତା ଆସିବା ନିହାତି ଆବଶ୍ୟକ ବୋଲି ସାଂସଦ ମହୋଦୟା ବ୍ୟକ୍ତ କରିଛନ୍ତି lଧଉଳି ଶାନ୍ତିସ୍ତୁପ ଏକ ବୃହତ ପ୍ରଯ୍ୟଟନ କ୍ଷେତ୍ରରେ ପରିଣତ ହେବା ଆମ ସମସ୍ତଙ୍କ ଦାଇତ୍ୱ ଏବଂ କର୍ତବ୍ୟ l

Show More

Related Articles

Back to top button