Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ଶୋଭାଯାତ୍ରା

ସମ୍ବଲପୁରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

ତ୍ରିରଙ୍ଗା ଶୋଭାଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଉଦବୋଧନ ଦେଇ କହିଥିଲେ, ସେନାବାହିନୀକୁ କୃତଜ୍ଞତା ଜଣାଇବାକୁ ତ୍ରିରଙ୍ଗା ଶୋଭାଯାତ୍ରା ଉଦ୍ଦିଷ୍ଟ| ଏଣେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତୀୟ ସେନା, ସେଥିପାଇଁ ଆମେ ଗର୍ବିତ। ଏହି ଶୋଭାଯାତ୍ରରେ  ସମ୍ବଲପୁରର ବହୁ ନାଗରିକ ମଧ୍ୟ ଅଂଶଗ୍ରହଣ କରିଥିଲେ।

Show More

Related Articles

Back to top button