Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହୋଇ ଶ୍ରମଦାନ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ- ଗାନ୍ଧୀ ଜୟନ୍ତୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ କରାଯାଇଛି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଟେଲ ଚେଷ୍ଟରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି । ଏ ନେଇ ସୋସିଆଲ ମିଡିଆ ଏକ୍ସରେ ସେ ସୂଚନା ଦେଇଛନ୍ତି । ପୁଜ୍ୟ ବାପୁଜୀଙ୍କୁ ସ୍ୱଚ୍ଛାଞ୍ଜଳି ଜଣାଇବାକୁ ଏହି ଅଭିଯାନରେ ଦିଲ୍ଲୀ ୟୁନିର୍ଭସିଟିର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ସଂକଳ୍ପ ଏବେ ଦୁନିଆର ସବୁଣୁ ବଡ ଲୋକ ନେତୃତ୍ୱ ଆନ୍ଦୋଳନରେ ପରିଣତ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି ।


ସେ ଆହୁରି କହିଛନ୍ତି ଯେ- ଏକ ସଙ୍ଗରେ ଏକ ପ୍ରୟାସ- ସ୍ୱଚ୍ଛ, ସୁନ୍ଦର ଓ ଶ୍ରେଷ୍ଠ ଭାରତ ପାଇଁ । ଆସନ୍ତୁ ସମସ୍ତେ ମିଶି ନିଜ ଗାଁ, ସହର ଏବଂ ଆଖପାଖରେ ଥିବା ସାର୍ବଜନୀନ ସ୍ଥାନର ଚିତ୍ର ବଦଳାଇବା । ସ୍ୱଚ୍ଛ ଭାରତ ହିଁ ପୁଜ୍ୟ ବାପୁଜୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button