Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ପବିତ୍ର ଧନୁ ସଂକ୍ରାନ୍ତି

ଭୁବନେଶ୍ୱର, 16 ଡିସେମ୍ବର – ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଧନୁ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଧନୁ ସଂକ୍ରାନ୍ତିରେ ଠାକୁରଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି ହୁଏ । ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ। କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ। ଏହି ସମୟରେ ଚାଷୀଘରକୁ ଅମଳ ହୋଇଥିବା ଖାଦ୍ୟଶସ୍ୟ ଆସିଥାଏ।