Breaking PLUSଓଡ଼ିଶାମୁଖ୍ୟ ଖବର

ବରଗଡରୁ ଆରମ୍ଭ ହେଲା ଧାନକିଣା ପ୍ରକ୍ରିୟା

ଭୁବନେଶ୍ୱର- ବରଗଡ଼ ଜିଲ୍ଲାରୁ ବୁଧବାର ଠାରୁ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା। ଏହି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆଜି ଆରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବରଗଡ଼ ଜିଲ୍ଲା କଳାପାଣି ମଣ୍ଡିରେ ପୂଜାର୍ଚ୍ଚନା କରିବା ପରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ସରକାର କଥା ଦେଇଥିଲେ ଓ ଆଜି କଥା ରଖିଛନ୍ତି।

ସେ କହିଛନ୍ତି, ଧାନ କିଣା ପ୍ରକ୍ରିୟାକୁ ସ୍ଵଛ କରିବା ସହ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସୀମା ସିଲ୍‌ ସହ ମଣ୍ଡିରେ ସିସିଟିଭି ଲଗାଯାଇଛି ଓ ପାଟ୍ରୋଲିଂ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଆଜି ବରଗଡ଼ର ୩ଟି ମଣ୍ଡିରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ଅନ୍ୟ ସ୍ଥାନ ଗୁଡିକରେ ଧାନ ମଣ୍ଡି କାର୍ଯ୍ୟକ୍ଷମ ହେବ।

ଏହି ଅବସରରେ ଯୋଗାଣ ମନ୍ତ୍ରୀ କହିଛନ୍ତି, କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ଆଜି ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲାଯିବା ସହିତ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି।

ଆମ ସରକାର ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣିବା ସହିତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଧିକାରୀ, କଣ୍ଟ୍ରୋଲ ରୁମ, ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୃଙ୍ଖଳିତ ଭାବେ ଧାନ କିଣିବା ସହ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।

Show More

Related Articles

Back to top button