Breaking PLUSଦେଶମୁଖ୍ୟ ଖବର

ସ୍କେଟିଂ କରି ରାମେଶ୍ୱରମରୁ ଅଯୋଧ୍ୟାରେ ପହଞ୍ଚିଲେ ରାମଭକ୍ତ

ଅଯୋଧ୍ୟା, 20 ଜାନୁୟାରୀ- ଜାନୁୟାରୀ 22ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ବଢିବାରେ ଲାଗିଛି । ଏହି ପବିତ୍ର କ୍ଷଣର ସାକ୍ଷା ବନିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ରାମ ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଭଳି ଜଣେ ଭକ୍ତ ଅଛନ୍ତି ଯିଏକି ସ୍କେଟିଂ କରି ତାମିଲନାଡୁର ରାମେଶ୍ୱରମ ସ୍ଥିତ ରାମସେତୁରୁ ଅବଧପୁରୀରେ ପହଞ୍ଚିଛନ୍ତି । 4532 କିଲୋମିଟର ଏହି ଧର୍ମେସେତୁ ଯାତ୍ରାକୁ ସେ 72ଦିନରେ ପୂରଣ କରିଛନ୍ତି ।
22 ବର୍ଷୀୟ ଅଗସ୍ତ୍ୟ ଗୁଜରାଟ ଆନନ୍ଦ ସହରର ବାସିନ୍ଦା । 2023 ନଭେମ୍ବର 5 ତାରିଖରେ ସେ ରାମସେତୁରୁ ନିଜର ଯାତ୍ରା ସ୍କେଟିଂ ଯୋଗେ ଆରମ୍ଭ କରିଥିଲେ । ଯାତ୍ରା ସମୟରେ ସେ 5ଟି ରାଜ୍ୟ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସେହି ସ୍ଥାନକୁ ଯାଇଥିଲେ, ଯେଉଁଠାକୁ ବନବାସ ସମୟରେ ପ୍ରଭୁ ଶ୍ରୀରାମ ଯାଇଥିଲେ ।

Show More

Related Articles

Back to top button