ଦେଶ ବିଦେଶମନୋରଞ୍ଜନ

ଦେଶୀ ଗାର୍ଲ ହରନାଜ୍ କୌର ହେଲେ ମିସ୍ ୟୁନିଭର୍ସ

୨୧ ବର୍ଷ ପରେ ଭାରତକୁ ମିଳିଲା ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍

ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ସଫଳତା । ଏହି ପ୍ରତିଯୋଗିତାରେ ଭାରତର ଝିଅ ହରନାଜ କୌର ସନ୍ଧୁ ୭୦ ତମ ମିସ୍ ୟୁନିଭର୍ସ ତାଜ୍ ହାସଲ କରିଛନ୍ତି । ଇସ୍ରାଏଲରେ ଆୟୋଜିତ ହୋଇଥିଲା ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା । ତେବେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଥିଲେ ଭାରତୀୟ ଝିଅ । ହରନାଜ୍ ଏହା ପୂର୍ବରୁ ୨୦୦୦ରେ ଏହି ଟାଇଟଲ ଲାରା ଦତ୍ତ ଜିତିଥିଲେ । ତା ପରେ ଆଉ କୌଣସି ପ୍ରତିଯୋଗି ଭାରତ ପାଇଁ ସଫଳତା ଆଣିନଥିଲେ । ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି ।

ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଛି । ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମିସ୍ ପରାଗ୍ୱେ ଦ୍ୱିତୀୟ ସ୍ଥାନରେ, ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଥିଲେ । ଚଣ୍ଡୀଗଡର ସିଖ୍ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ କୌର ସିନ୍ଧୁ । ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ହାସଲ କରିଥିଲେ । ଏହା ପରେ ୨୦୧୮ରେ ହରନାଜ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ୨୦୧୮ ତାଜ୍ ହାସଲ କରିଥିଲେ । ଦୁଇ ଦୁଟି ସଫଳତା ହାସଲ ପରେ ୨୦୧୯ରେ ସେ ମିସ୍ ଇଣ୍ଡିଆ ଭାଗ ନେଇଥିଲେ ଆଉ ଟପ୍ ୧୨ରେ ସ୍ଥାନ ପକ୍କା କରିଥିଲେ ।

Show More

Related Articles

Back to top button