ଆଇନ କାନୁନଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତୀୟ ପାସପୋର୍ଟରେ ଯାତ୍ରୀଙ୍କ ସିଙ୍ଗଲ ନାଁ ଥିଲେ ୟୁଏଇକୁ ପ୍ରବେଶ ମନା

ନୂଆଦିଲ୍ଲୀ: ୟୁନାଇଟେଡ୍‌ ଆରବ ଏମିରାଟ୍ସ(ୟୁଏଇ) ତା’ର ବ୍ୟବସାୟିକ ପାର୍ଟନର ଇଣ୍ଡିଗୋକୁ ବଡ଼ ନିର୍ଦ୍ଦେଶ ଦେଇଛି। ଯେଉଁ ଯାତ୍ରୀଙ୍କ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ରହିଥିବ, ସେମାନଙ୍କୁ ୟୁଏଇକୁ କିମ୍ବା ୟୁଏଇରୁ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ।

ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯେକୌଣସି ଭିସା ଥିଲେ ମଧ୍ୟ ସିଙ୍ଗଲ ନାମଧାରୀମାନେ ୟୁଏଇରେ ପ୍ରବେଶ କରିପାରିବେ ନାହିଁ। ସୋମବାର ଠାରୁ ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉଥିବା ୟୁଏଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାର ଅର୍ଥ ଯାତ୍ରୀଙ୍କୁ ନିଜର ନାଁ ସହ ସରନେମ ସ୍ପଷ୍ଟ ଭାବେ ଘୋଷଣା କରିବାକୁ ପଡ଼ିବ।

ଗୋଟିଏ ବିବୃତିରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, “ୟୁଏଇ କର୍ତ୍ତୃପକ୍ଷ ନଭେମ୍ବର ୨୧ରୁ କାର୍ଯ୍ୟକାରୀ କରିବାକୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଟୁରିଷ୍ଟ, ଭିଜିଟ କିମ୍ବା ଅନ୍ୟ ଯେକୌଣସି ଭିସାରେ ଯାତ୍ରା କରୁଥିବା ସିଙ୍ଗଲ ନାଁ ଥିବା ପାସପୋର୍ଟଧାରୀଙ୍କୁ ୟୁଇଏରୁ କିମ୍ବା ୟୁଏଇକୁ ଉଡ଼ାଣ ସୁବିଧା ମିଳିବ ନାହିଁ।”

ତେବେ ୟୁଏଇ କହିଛି ଯେ ଯେଉଁ ସିଙ୍ଗଲ ନାଁ ଥିବା ପାସପୋର୍ଟଧାରୀଙ୍କ ପାଖରେ ୟୁଏଇରେ ରହିବାର ଅନୁମତି ଭିସା, ଚାକିରି ଭିସା କିମ୍ବା ସ୍ଥାୟୀ ଭିସା ରହିଛି, ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ସେମାନେ ସିଙ୍ଗଲନାମଧାରୀ ପାସପୋର୍ଟ ଜରିଆରେ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ ୟୁଏଇ କାହିଁକି ଇଣ୍ଡିଗୋକୁ ଏମିତି ନିର୍ଦ୍ଦେଶ ଦେଇଛି, ସେକଥା ଜଣାପଡ଼ିନି।

Show More

Related Articles

Back to top button