ଦେଶଦେଶ ବିଦେଶମୁଖ୍ୟ ଖବର

କୋଲକତାରେ ଗତ 24ଘଣ୍ଟାରେ ଡେଙ୍ଗୁ ନେଲା 6 ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ମାଡିଚାଲିଛି ଡେଙ୍ଗୁ ଜ୍ୱର । ଗତ 24 ଘଣ୍ଟାରେ 6ଜଣ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଗୁରୁବାର ଏବଂ ଶୁକ୍ରବାର 4ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ କୋଳକାତାରେ 2ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ସଲ୍ଟ ଲେକ ଏବଂ ଅନ୍ୟଜଣେ ବାଘା ଜତିନ ଅଞ୍ଚଳର ବୋଲି ଜଣାପଡିଛି ।
ପଶ୍ଚିମ ମେଦିନାପୁରର ଘଟାଲ ଅଞ୍ଚଳର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖଡଗପୁରରେ ରହୁଥିବା 2ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ 30ଜଣଙ୍କର ମୃତ୍ୟୁ ଡେଙ୍ଗୁ କାରଣରୁ ହୋଇଛି ।

Show More

Related Articles

Back to top button