ଦେଶ ବିଦେଶମୁଖ୍ୟ ଖବର

ଡେଲଟା ଭାରିଏଣ୍ଟ ଆମକୁ ହରାଉଛି କି ?

ସଂକ୍ରମିତଙ୍କୁ ଚିହ୍ନଟ କରିବା ମୁସ୍କିଲ କି ?

ଜୁନ୍ ୨୬ ତାରିଖରେ ସିଡନୀରେ ଲକଡାଉନ୍ ଲାଗୁ ହୋଇଥିବାବେଳେ ପ୍ରାୟ ଏକ ମାସ ପରେ ନ୍ୟୁ ସାଉଥ ୱେଲ୍ସରେ ଗୋଟିଏ ଦିନରେ ପ୍ରାୟ ୧୦୦ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଭାଇରସ ପୂର୍ବ ଉପକଣ୍ଠରେ ବିସ୍ତାର ହୋଇଥିବାର ଦେଖାଯାଇଛି। ଏହା ପରେ ଏହି ସଂକ୍ରମଣ ନ୍ୟୁ ସାଉଥ ୱେଲ୍ସରୁ ଭିକ୍ଟୋରିଆ ପର୍ଯ୍ୟନ୍ତ ବ୍ୟାପିଛି ଯାହା ଦକ୍ଷିଣ ଅଷ୍ଟ୍ରେଲିଆ ପରେ ସେଠାରେ ମଧ୍ୟ ଲକଡାଉନ କରିବାକୁ ପଡିଛି।

ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମସ୍ତ ଭାରିଏଣ୍ଟ ମଧ୍ୟରୁ ଡେଲଟା ସବୁଠାରୁ ସଂକ୍ରାମକ ଅଟେ। କରୋନାର ମୂଳ ୱୁହାନ୍ ସ୍ୱରୂପର ଜାଗା ମାର୍ଚ୍ଚ ୨୦୨୦ ସୁଦ୍ଧା ଅଧିକ ସଂକ୍ରାମକ D614G ଭାରିଏଣ୍ଟ ନେଇଥିଲା ଏବଂ ଏହି ଭାରିଏଣ୍ଟ ଭିକ୍ଟୋରିଆରେ ଦ୍ୱିତୀୟ ଲହର ପାଇଁ ଦାୟୀ ଥିଲା। ଏହା ପରେ ସେପ୍ଟେମ୍ବରରେ ବ୍ରିଟେନରେ ଆଲଫା ଭାରିଏଣ୍ଟ ସାମ୍ନାକୁ ଆସିଥିଲା ଏବଂ ଏହା ଅଧିକ ସଂକ୍ରାମକ ଥିଲା। ୨୦୧୧ ର ଆରମ୍ଭରେ ଆଲଫା ସାରା ବିଶ୍ୱରେ ବ୍ୟାପିଥିଲା ଓ ପରେ ଡେଲଟା ଭାରିଏଣ୍ଟ ଆସିଥିଲା। ଏହି ଭାରିଏଣ୍ଟ ମ୍ୟୁଟେଜେନିକ୍ ଯାହା ଏହାକୁ ଆଲଫା ଅପେକ୍ଷା ଅଧିକ ସଂକ୍ରାମକ କରିଥାଏ ଏବଂ ଏହାକୁ ଟୀକା ମିଳିଥିବା ପ୍ରତିରୋଧକ ଶକ୍ତିରୁ ରକ୍ଷା କରିବାରେ ସକ୍ଷମ କରିଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଡେଲଟା ଭାରିଏଣ୍ଟରେ ହସ୍ପିଟାଲ, ଆଇସିୟୁରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ଦୁଇଗୁଣ ଥିଲା। ସେଥିପାଇଁ ନ୍ୟୁ ସାଉଥ ୱେଲ୍ସର ଯାଞ୍ଚ ଓ ଲୋକଙ୍କ ସଂକ୍ରମଣ ପତା କରିବା ରଣନୀତି ଡେଲଟା ବିରୋଧରେ କାମ କରିନଥିଲା।

ଡେଲଟା କାମ ଅଧିକ ମୁସ୍କିଲ କରିଦେଇଛି –
୧. ଟିକା ଅଭାବରୁ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଯାଞ୍ଚ କରି ସବୁ ନୂଆ ମାମଲା ଚିହ୍ନଟ କରିବା ଏବଂ ସଂକ୍ରମଣ ରୋକିବାକୁ କ୍ଵାରେଣ୍ଟାଇନ କରିବା ଆବଶ୍ୟକତା ରହିଛି।

୨. ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କ୍ୟାରେଣ୍ଟାଇନ କରିବା ଆବଶ୍ୟକ ଯେପରି ସଂକ୍ରମଣ ଅଧିକ ବିସ୍ତାର ନହୁଏ। SARS-CoV-2 ଲୋକମାନଙ୍କଠାରେ ଅଧିକ ସଂକ୍ରାମକ ଯେଉଁମାନଙ୍କ ମଧ୍ୟରେ ଏହି ରୋଗର ଲକ୍ଷଣ ନାହିଁ। ତେଣୁ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ନକରି ଏହା ଜାଣିବା ମୁସ୍କିଲ ଯେ ସେମାନେ ସଂକ୍ରମିତ ଏବଂ ସେମାନେ ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରିବେ। ଏହା ସହିତ ସଂକ୍ରମିତଙ୍କୁ ଚିହ୍ନଟ କରିବା ଏଇଥିପାଇଁ ବି ମହତ୍ତ୍ୱପୂର୍ଣ୍ଣ ଯେ ଆପଣ ଜାଣିପାରିବେ କେଉଁ ବ୍ୟକ୍ତିଙ୍କଠାରୁ ସେମାନେ ସଂକ୍ରମଣ ହୋଇଛନ୍ତି।

୩. ମାସ୍କ ଲଗାଇବା ଆବଶ୍ୟକ।

୪. ସାମାଜିକ ଦୂରତା ପାଳନ କରିବା ଆବଶ୍ୟକ।

ଏକ ବିସ୍ତୃତ ଅଧ୍ୟୟନରୁ ଜଣାପଡିଛି ଯେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାର ହାରାହାରି ସମୟ ୨୦୨୦ ରେ ଛଅ ଦିନ ଥିଲା କିନ୍ତୁ ଡେଲଟା ଭାରିଏଣ୍ଟ କ୍ଷେତ୍ରରେ ଏହା ଚାରି ଦିନ ରହିଛି। ସଂକ୍ରମିତ ହେବା ପୂର୍ବରୁ ଏହା ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି। ଏପରି ପରିସ୍ଥିତିରେ ପ୍ରତ୍ୟେକ ଥର ସଂକ୍ରମଣ ବ୍ୟାପିବା ପରେ ଲକଡାଉନ୍ ବ୍ୟତୀତ ଆଉ କୌଣସି ଚାରା ନାହିଁ। ସର୍ବପ୍ରଥମେ ଟୀକାକରଣ ଆବଶ୍ୟକ। ଇସ୍ରାଏଲ୍ ଭଳି ଦେଶଗୁଡିକ ସେମାନଙ୍କ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ଟୀକାକରଣ କରିସାରିଛନ୍ତି। ସେଠାରେ ଡେଲଟା ଭାରିଏଣ୍ଟ ବିସ୍ତାର କରୁଛି କିନ୍ତୁ ଲୋକଙ୍କୁ ହସ୍ପିଟାଲରେ ହେବାକୁ ପଡୁନି ଏବଂ ମୃତ୍ୟୁ ମଧ୍ୟ ହେଉନାହିଁ।

Show More

Related Articles

Back to top button