Breaking PLUSଦେଶମୁଖ୍ୟ ଖବର

ପୁଣି ଦିଲ୍ଲୀର ସ୍କୁଲକୁ ବୋମା ଆତଙ୍କ

ଭୁବନେଶ୍ୱର- ଦିଲ୍ଳୀର ଅତି କମ୍‌ରେ ୩ଟି ସ୍କୁଲ୍‌କୁ ବୋମା ଧମକ ମିଳିଛି। ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ବୋମା ଧମକ ମିଳିବା ପରେ ପୁଲିସ୍‌ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଯିଏ ମେଲ୍‌ ପଠାଇଛି ‌ସେ ସେଥିଲେ ଉଲ୍ଲେଖ କରିଛି ଯେ ଆମର ଦାବି ଜାଣିବା ପାଇଁ ଇ‌-ମେଲ୍‌ର ରିପ୍ଲାଏ କର।

ଧମକ ମିଳିଥିବର ବିଦ୍ୟାଳୟଗୁଡ଼ିକରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମୟୂର ବିହାରର ସାଲୱାନ୍ ପବ୍ଲିକ୍ ସ୍କୁଲ୍ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲ୍ ଅନ୍ତର୍ଭୁକ୍ତ। ଇ-ମେଲ ଜରିଆରେ ସକାଳ ୪.୩୦ ସମୟରେ ଏହି ବୋମା ଧମକ ମିଳିଥିଲା। ଏହା ପରେ ଅଗ୍ନିଶମ ବିଭାଗ, ପୁଲିସ ଏବଂ ବୋମା ଚିହ୍ନଟକାରୀ ଦଳ କୁକୁର ସ୍କ୍ବଡ୍‌ ସହିତ ବିଦ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କୁ କ୍ଲାସ ପାଇଁ ନ ପଠାଇବାକୁ ବାର୍ତ୍ତା ପଠାଇଛନ୍ତି। ଏହି ଖବର ଲେଖିବା ସମୟରେ ବିଦ୍ୟାଳୟ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ଉଦ୍ଧାର କରାଯାଇନାହିଁ।

Show More

Related Articles

Back to top button