Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ କାହାର ? ଆଜି ଆସିବ ରେଜଲ୍ଟ

ନୂଆଦିଲ୍ଲୀ- ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଭୋଟର ଗଣତି କରାଯିବ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ, ଭିନ୍ନକ୍ଷମ ଓ ବୟସ୍କ ଭୋଟରମାନେ ପୋଷ୍ଟାଲ ବାଲାଟ୍‌ରେ ମତଦାନ କରିଛନ୍ତି। ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍‌ଗୁଡିକୁ ଖୋଲାଯାଇ ଗଣତି କରାଯିବ। ଭୋଟ ଗଣତି ସହିତ ବିଭିନ୍ନ ପର୍ଯ୍ୟାୟରେ ଫଳାଫଳ ଘୋଷଣା କରାଯିବ। ଅପରାହ୍ଣ ୧ଟା ସୁଦ୍ଧା ବିଜୟ ଓ ପରାଜୟର ଟ୍ରେଣ୍ଡ ଆସିଯିବ। ଭୋଟ ଗଣତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Show More

Related Articles

Back to top button