Breaking PLUSଦେଶ ବିଦେଶମୁଖ୍ୟ ଖବର

କୋଇଲା ଖଣି ଦୁର୍ନୀତି ମାମଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯ ମସିହା କୋଇଲା ଦୁର୍ନୀତି ମାମଲାରେ ରାୟ ଶୁଣାଇଲେ ସ୍ପେଶାଲ ସିବିଆଇ କୋର୍ଟ । କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ ସିବିଆଇ କୋର୍ଟ ଏ ନେଇ ରାୟ ଶୁଣାଇଛନ୍ତି ।

ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯ ମସିହା କୋଇଲା ଦୁର୍ନୀତି ମାମଲାରେ ରାୟ ଶୁଣାଇଲେ ସ୍ପେଶାଲ ସିବିଆଇ କୋର୍ଟ । କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ ସିବିଆଇ କୋର୍ଟ ଏ ନେଇ ରାୟ ଶୁଣାଇଛନ୍ତି । ଆସନ୍ତା ୨୪ ତାରିଖରେ ଏ ନେଇ ଦଣ୍ଡାଦେଶ ହେବ ବୋଲି କୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମାଡିଆ କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା  ସେହି ସମୟରେ କୋଲ ବ୍ଲକ ଆବଣ୍ଟନ ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା ଏହା ପରେ ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ସିବିଆଇ ଏହି ମାମଲାର ତଦନ୍ତ କରିବା ସହ କୋର୍ଟରେ ତଥ୍ୟ ଉପସ୍ଥାପନ କରିଥିଲା ।

Show More

Related Articles

Back to top button