Breaking PLUSଦେଶମୁଖ୍ୟ ଖବର

ଦାୟିତ୍ୱ ଗ୍ରହଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି

ନୂଆଦିଲ୍ଲୀ- ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆସନ ଖାଲି ଅଛି ଏବଂ ତାଙ୍କୁ ଅପେକ୍ଷା କରିବୁ। ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, ଆଜି ମୋ ମନରେ ସେହି ବ୍ୟଥା ଅଛି, ଯାହା ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତଙ୍କ ମନରେ ଥିଲା। ସେ ରାମଙ୍କ ପାଦୁକା ରଖି ଶାସନ ଚଳାଇଥିଲେ। ପ୍ରଭୁ ରାମଚନ୍ଦ୍ର ଆମ ସମସ୍ତଙ୍କ ଆଦର୍ଶ ଏବଂ କେଜ୍ରିୱାଲ ମହାଶୟ ତାଙ୍କ ପଥ ଅନୁସରଣ କରି ଦିଲ୍ଲୀବାସୀଙ୍କ ସେବା କରିଥିଲେ। ଏଥିସହ ମର୍ଯ୍ୟାଦା ରକ୍ଷା କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ମୋର ବିଶ୍ଵାସ ଯେ, ଦିଲ୍ଲୀବାସୀ ଏବେ କେଜ୍ରିୱାଲଙ୍କୁ ବିଧାନସଭା ନିର୍ବାଚନରେ ​​ବିପୁଳ ଭୋଟ୍‌ରେ ବିଜୟୀ କରି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବେ।

Show More

Related Articles

Back to top button