Breaking PLUSଦେଶମୁଖ୍ୟ ଖବର
ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରୁ ବିଜେପି ଆଗରେ ଥିବା ସୂଚନା ମିଳିଛି। ମୋଟ ୭୦ ବିଧାନସଭା ଆସନ ମଧ୍ୟରୁ ବିଜେପି ୪୫ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ସେହିପରି ଆମ୍ ଆଦମୀ ପାର୍ଟି(ଆପ୍) ୨୫ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ସମସ୍ତ ୭୦ ଆସନରେ ପଛୁଆ ରହିଛି। ଗତ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ହୋଇଥିଲା। ବିଭିନ୍ନ ଦଳରୁ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।