ଦେଶ ବିଦେଶମୁଖ୍ୟ ଖବର

ହିମାଚଳପ୍ରଦେଶରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ହିମାଚଳପ୍ରଦେଶ ବାଡୋଲିରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏଥିସହ ସହିଦ ହୋଇଥିବା ସଶସ୍ତ୍ର ବାହିନୀର ପରିବାର ଲୋକଙ୍କୁ ସେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଦେଶ ବୀର ଯବାନଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ । ସେ କହିଛନ୍ତି ଭାରତ ହେଉଛି ଏକମାତ୍ର ଦେଶ ଯିଏ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି ଏବଂ ସାହସିକତା ପାଇଁ ସମଗ୍ର ବିଶ୍ୱରେ ଏହାର ସୈନ୍ୟବାହିନୀକୁ ସମ୍ମାନିତ କରାଯାଇଛି । ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ  କିମ୍ବା ବିଦେଶୀ ଜମିକୁ କବଜା କରିନାହିଁ । ତେବେ ନିଜର ସାର୍ବଭୌମତ୍ୱ ରକ୍ଷା ପାଇଁ ଭାରତ ଯୁଦ୍ଧକୁ ଭୟ କରେ ନାହିଁ ବୋଲି କହିଛନ୍ତି ରାଜନାଥ ସିଂହ । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ନୂଆ ଭାରତ ବନ୍ଧୁ ରାଷ୍ଟ୍ରଙ୍କୁ ସୁରକ୍ଷା ଦେଉଥିବା ବେଳେ ଶତ୍ରୁ ରାଷ୍ଟ୍ରଙ୍କୁ ଉପଯୁକ୍ତି ଉତ୍ତର ଦେବାକୁ ସକ୍ଷମ । ସମଗ୍ର ବିଶ୍ୱ କୋଭିଡ ସହ ଲଢ଼େଇ କରୁଥିବା ବେଳେ ଆମକୁ ଉତ୍ତର ସୀମାରେ ଚୀନ ସହ ମୁକାବିଲା କରିବାକୁ ପଡ଼ିଲା । ଗଲୱାନ ଘଟଣା ଆମ ଯବାନଙ୍କ ସାହସର ପ୍ରମାଣ ବୋଲି ସେ କହିଛନ୍ତି ।

Show More

Related Articles

Back to top button