ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଭାରତ-ଚୀନ୍ ସେନାର ବିବାଦ ପରେ ଜରୁରୀ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ-ଚୀନ୍ ସେନାର ବିବାଦ ପରେ ଜରୁରୀ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ୍ ଜେନରାଲ ଅନୀଲ ଚହ୍ୱାନ ଓ ୩ ସେନାର ମୁଖ୍ୟ ଓ ବିଦେଶ ସଚିବ ଓ ଡିଫେନ୍ସ ସଚିବ ମଧ୍ୟ ଉପସ୍ଥିତ ରହିବେ।

ସେପଟେ ଏହି ଘଟଣାକୁ ନେଇ ରାଜନାଥ ସିଂହ ସଂସଦର ଉଭୟ ଲୋକସଭ ଓ ରାଜ୍ୟସଭା ଗୃହରେ ମଧ୍ୟ ବୟାନ ରଖିବେ। ଏହି ଘଟଣାକୁ ନେଇ ସଂସଦରେ ହଙ୍ଗାମା ହେବା ସମ୍ଭାବନା ରହିଛି। ବିରୋଧୀମାନେ ସ୍ୱର ଉଠାଇପାରନ୍ତି। କାରଣ କଂଗ୍ରେସ ନେତା ସଂସଦର ଉଭୟ ଗୃହରେ ଏହା ଉପରେ ଆଲୋଚନା ପାଇଁ ସ୍ଥଗିତାଦେଶ ଆଣିବାକୁ ଯାଉଛନ୍ତି।

ସୂଚନା ଅନୁସାରେ ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚୀନ୍ ସେନା ମୁହାଁମୁର୍ହି ହୋଇଥିଲେ। ଏଥିରେ ଏକାଧିକ ଯବାନ ଆହତ ହୋଇଛନ୍ତି। ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ୍ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ। ଭାରତୀୟ ସେନା ଯବାନ ଏହାର ମୁକାବିଲା କରିଥିଲେ। ଘଟଣାରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି। ଚୀନ ସେନାର ମଧ୍ୟ ୧୨ରୁ ଅଧିକ ଯବାନ ଆହତ ହୋଇଥିବା ସୂଚନାମିଳିଛି।

Show More

Related Articles

Back to top button