Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର

ରାଜଧାନୀ ଓ ଉପକଣ୍ଠରେ ଥିବା କୋଭିଡ୍‌ କେୟାର ସେଣ୍ଟର(ସିସିସି) ବନ୍ଦ ହେବ। ଭୁବନେଶ୍ୱରରେ ସଂକ୍ରମଣ ଲଗାତର ଭାବେ କମୁଥିବାରୁ ସରକାରୀ ସ୍ତରରେ ସିସିସି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଠାରୁ ଜାମୁଝରିରେ ଥିବା ସିସିସିକୁ ବନ୍ଦ କରି ଦିଆଯାଇଛି ।

ରାଜଧାନୀ ଓ ଉପକଣ୍ଠରେ ଥିବା କୋଭିଡ୍‌ କେୟାର ସେଣ୍ଟର(ସିସିସି) ବନ୍ଦ ହେବ। ଭୁବନେଶ୍ୱରରେ ସଂକ୍ରମଣ ଲଗାତର ଭାବେ କମୁଥିବାରୁ ସରକାରୀ ସ୍ତରରେ ସିସିସି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଠାରୁ ଜାମୁଝରିରେ ଥିବା ସିସିସିକୁ ବନ୍ଦ କରି ଦିଆଯାଇଛି ।

ପୂର୍ବରୁ ରାଜ୍ୟର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି) ବନ୍ଦ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ପରେ କୋଭିଡ୍‌ କେୟାର ହୋମସ୍‌କୁ ବନ୍ଦ କରାଯାଇଥିଲା । ଏବେ ରାଜଧାନୀରୁ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ହୋଇଛି।

ସେହିଭଳି ଜଟଣୀ ଓ ହାଇଟେକ୍‌ କୋଭିଡ୍‌ କେୟାର ସେଣ୍ଟରର ଶଯ୍ୟା ଅଧା କମାଇ ଦିଆଯାଇଛି। ଉଭୟ ସିସିସିରୁ ପ୍ରାୟ ୨୫୦ ଶଯ୍ୟା କମ୍‌ କରାଯାଇଛି। ଏଥିସହ ପଟିଆ ସିସିସିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ କେୟାର ସେଣ୍ଟରରେ ଲକ୍ଷଣ ନଥିବା ଆକ୍ରାନ୍ତ ବା ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ରଖାଯାଉଥିଲା। କିନ୍ତୁ ରାଜଧାନୀ ସଂକ୍ରମଣ ଏବେ ୩୦୦ ତଳକୁ ଖସି ଆସିଲାଣି। ଆଗରୁ ଦୈନିକ ୫୦୦ ଉପରେ ନୂଆ ସଂକ୍ରମିତ ବାହାରୁଥିଲେ। କିନ୍ତୁ ଗତ ୪ ଦିନ ହେବ ୩୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ସଂକ୍ରମଣରେ ରୋକ୍‌ ଆସିଥିବାରୁ କୋଭିଡ୍‌ କେୟାର ସେଣ୍ଟରର ଆବଶ୍ୟକତା କମିଛି। ଯେତିକି ଲୋକେ ସଂକ୍ରମିତ ହେଉଛନ୍ତି ସେଥିରୁ ଅଧିକାଂଶ ହୋମ ଆଇସୋଲେସନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ଏଣୁ ଜରୁରୀ ନଥିବା ସିସିସିକୁ ବନ୍ଦ କରି ଦିଆଯାଉଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଖାଲି ସେତିକି ନୁହେଁ, ରାଜଧାନୀରେ ଆଉ ଦୁଇଟି ନୂଆ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ଯୋଜନା ଥିଲା। କିନ୍ତୁ ସରକାର ଏହାକୁ ଖୋଲିବାକୁ ଅନୁମତି ଦେବାକୁ ମନା କରି ଦେଇଥିବା ସୂଚନା ମିଳିଛି।

Show More

Related Articles

Back to top button