ଦେଶ ବିଦେଶବାଣିଜ୍ୟ

ଡିସେମ୍ବର ସୁଦ୍ଧା ଦେଶରେ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ

୯ ମାସ ମଧ୍ୟରେ ଭାରତରେ ୬ହଜାର ୭୦୦ କୋଟି ଡଲାର ମୂଲ୍ୟର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଛି

୨୦୨୦-୨୧ ଆର୍ଥିକ ବର୍ଷର ୯ ମାସ ମଧ୍ୟରେ ଭାରତରେ ୬ହଜାର ୭୦୦ କୋଟି ଡଲାର ମୂଲ୍ୟର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଛି। ଏହାକୁ ଭାରତରେ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବୋଲି କୁହାଯାଉଛି। ୨୦୨୦
ଏପ୍ରିଲ୍‍ରୁ ଡିସେମ୍ବର ମାସ ମଧ୍ୟରେ ପୂର୍ବ ବର୍ଷର ସେହି ସମୟ ତୁଳନାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୪୦ ପ୍ରତିଶତ ବୃଦ୍ଧି ପାଇଥିଲା।ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଏଥିରୁ ଭାରତ ବିଶ୍ୱର ପୁଞ୍ଜିନିବେଶକାରୀମାନଙ୍କ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ଥିବା ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି।

ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଯୋଗୁଁ ଦେଶ ମଧ୍ୟକୁ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଛି। ସରକାର ନୀତିରେ ଅନେକ ସଂସ୍କାର ଆଣିଛନ୍ତି ଓ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ଏହାଛଡ଼ା ଭାରତରେ ବ୍ୟବସାୟ ସୁଗମତା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେଉଛନ୍ତି।

Show More

Related Articles

Back to top button