ଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରରାଜନୀତି
ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ପରଲୋକ

ଭଦ୍ରକ : ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ପରଲୋକ ଘଟିଛି। ତାଙ୍କ ନାଁ ନଟବର ମୁଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ନଟବରଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି କରି ଦିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ନଟବରଙ୍କର ହଠାତ୍ ମୃତ୍ୟୁ ଘଟିବା ଦୁଃଖଦ ଘଟଣା। ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ମିଳିବ । ଧାମନଗର ଉପ ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହି ମତଦାନ ୬ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟା ସୁଦ୍ଧା ୧୦.୨୫% ମତଦାନ ହୋଇଥିବା ସୂଚନା ମିଳିଛି।