Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡମ୍ବରୁଧର ଉଲାକାଙ୍କ ପରଲୋକ ହୋଇଛି। ୮୭ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ସେ ଚିକିତ୍ସାଧୀନ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।
କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲା ବିଷମକଟକରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ଉଲାକା ୧୯୭୪ ମସିହାରେ ପ୍ରଥମ ଥର କଂଗ୍ରେସ ଟିକେଟରେ ବିଷମକଟକରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ଡମ୍ବରୁଧର ଉଲାକା ୧୯୭୨ ମସିହାରେ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ବେଳେ ବିଷମ କଟକ ନିର୍ବାଚନ ମଣ୍ଡଳିରୁ ୭ଥର ବିଧାୟକ ହୋଇଥିଲେ। ୧୯୮୫ମସିହାରେ ସେ ଅବକାରୀ, ସହର ଉନ୍ନତିକରଣ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ହୋଇଥିଲେ।