Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ମୃତ୍ୟୁ କେତେବେଳେ ବି ଆସିପାରେ

ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି ।

ମୃତ୍ୟୁ କେତେବେଳେ କାହା ପାଖକୁ ଆସି ଥାଏ ତାହା କାହାକୁ ଜଣା ନଥାଏ । ମୃତ୍ୟୁ ଦେଖେନି ବୟସ କି ଛୋଟ କି ବଡ । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି । ବାପା ଝିଅ ବାଇକରେ ଯାଉଥିବା ସମୟରେ ଖମାର ଥାନା କଲଣ୍ଡା ଠାରେ ସାମ୍ନାରୁ ଏକ ଟ୍ରକ୍ ଆସି ବାଇକକୁ ଶକ୍ତ ଧକ୍କା ଦେଇଥିଲା । ଶକ୍ତ ଧକ୍କା ଦେବାରୁ ବାପା ଓ ଝିଅଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଛନ୍ତି । ଲୋକଙ୍କ ମାଡରେ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିବାରୁ ତାକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ମୃତ ବାପା ହେଉଛନ୍ତି ସୁନିଲ କୁମାର ସାହୁ ଓ ଝିଅ ଛନ୍ଦିତା ସାହୁ । ଛନ୍ଦିତା ଅଙ୍ଗନୱାଡିରେ ଚାକିରୀ କରନ୍ତି । ଅକାଳରେ ଟ୍ରକ୍ ଧକ୍କାରେ ଚାଲିଗଲା ବାପ ଝିଅଙ୍କ ଜୀବନ ।

Show More

Related Articles

Back to top button