ଦିନକୁ ଦିନ ଲୋକପ୍ରିୟ ହେଉଛି ‘ରୋଡି’ର କ୍ୟାବ୍ ସେବା
ଉତ୍ତମ ସେବା ଲାଗି ଯାତ୍ରୀଙ୍କ ପ୍ରଥମ ପସନ୍ଦ

ବ୍ୟସ୍ତବହୁଳ ଜୀବନରେ ଗମନା ଗମନ ଆହୁରି ସୁଗମ ପାଇଁ ବର୍ତ୍ତମାନ ସହରାଞ୍ଚଳ ଗୁଡିକରେ ଅନଲାଇନ୍ କାର ବୁକିଂ ଅର୍ଥାତ କ୍ୟାବ୍ର ବ୍ୟବହାର ବଢିବାରେ ଲାଗିଛି। ଆପଣମାନେ କ୍ୟାବ୍ରେ ଓଲା ଏବଂ ଉବେର ଦେଖିଥିବେ। ବର୍ତ୍ତମାନ ମନ୍ଦିର ମାଳିନୀ ସହରରେ ‘ରୋଡି’ ଲୋକଙ୍କ ପାଇଁ ଅନଲାଇନ୍ କ୍ୟାବ୍ ବୁକିଂ ସେବା ଆରମ୍ଭ କରିଛି। ଲୋକଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚି ସେମାନଙ୍କର ଯାତ୍ରାକୁ ଆହୁରି ସୁଗମ କରିବାକୁ ଆଗେଇ ଆସିଛି ‘ରୋଡି’। ଯାତ୍ରୀଙ୍କୁ ଆରାମ ଦାୟକ ଏବଂ ସୁଲଭ ସେବା ଯୋଗାଇକୁ ନିଜର ପ୍ରତିବଦ୍ଧତା ଜଣାଇଛି ଏହି ନୂତନ ସଂସ୍ଥା। ରୋଡି ନିଜର ଟ୍ୟାଗ୍ ଲାଇନ ” a ride for everyone” ରଖିଛି। ନିକଟରେ ରାଜଧାନୀ ଭୁବନେଶ୍ଵରରେ ନିଜର ସେବା ଆରମ୍ଭ କରିଛି ରୋଡି। ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ଅନଲାଇନ୍ ଟ୍ୟାକ୍ସି ସର୍ଭିସ ବଜାରର ମୂଲ୍ୟ ୨୦୨୦ରେ ପ୍ରାୟ ୩୦.୭୨ ବିଲିୟନ ରହିଛି। ତେବେ ଦିନକୁ ଦିନ କ୍ୟାବର ଚାହିଦା ବଢିବାରେ ଲାଗିଛି। ଆର୍ଥିକ ବର୍ଷ ୨୦୨୧ ରୁ ୨୦୨୫ ମଧ୍ୟରେ ଏହାର ମୂଲ୍ୟ ୧୨.୯୩ ପ୍ରତିଶତ ବୃଦ୍ଧି ଘଟି ୫୫.୧୫ ବିଲିୟନରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ରୋଡି କହିଛି ଆମେ ଭୁବନେଶ୍ଵର ପରି ଅଗ୍ରଗତି କରୁଥିବା ରାଜଧାନୀରେ ନିଜର ସେବା ଆରମ୍ଭ କରି ବହୁତ ଖୁସି। ଅନ୍ୟ କ୍ୟାବ୍ ସଂସ୍ଥା କେବଳ ନିଜର ମୁନାଫା ଦେଖି ଗ୍ରାହକଙ୍କ ସେହି ଧରଣର ସେବା ଦେଉଛନ୍ତି। କିନ୍ତୁ ଆମେ ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖି ଉପରେ କାମ କରିବୁ। ଯାତ୍ରୀଙ୍କୁ କେମିତି ଉତ୍ତମ ସେବା ଯୋଗାଇ ପାରିବୁ ସେଥିପ୍ରତି ଧ୍ୟାନ ଦେବୁ ବୋଲି କହିଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ। ଏକ ନୂତନ ରେଭେନ୍ୟୁ ମୋଡେଲ୍ ଉପରେ ରୋଡି କାମ କରିବ। ଯଦ୍ଵାରା ଉଭୟ ଡ୍ରାଇଭର ଏବଂ ଯାତ୍ରୀ ଏଥିରେ ସୁଫଳ ପାଇବେ। ସାଧାରଣତଃ କ୍ୟାବ୍ ଡ୍ରାଇଭରଙ୍କଠୁ କମିଶନ ଭାବେ ଅଧିକ ଟଙ୍କା ଆଦାୟ କରିଥାଏ। ସେହି ହିସାବରେ ଡ୍ରାଇଭର ମଧ୍ୟ ଉପଭୋକ୍ତାଙ୍କଠୁ ଭଡା ଅଧିକ ନେଇଥାନ୍ତି। ମାତ୍ର ରୋଡି ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ଥିବା ଦୂରତାକୁ କମ କରିବାକୁ ଚେଷ୍ଟା କରିବ। କମ୍ପାନୀ ଭୁବନେଶ୍ଵର ପରେ ଓଡିଶାର ମୁଖ୍ୟ ସହର କଟକ ଏବଂ ପୁରୀ ସହ ଦେଶର ଅନ୍ୟ ସ୍ଥାନରେ ଅନଲାଇନ କ୍ୟାବ୍ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି।