Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ଦିନକୁ ଦିନ ବଢୁଛି ତାତି

ଗାଏବ ହୋଇଯାଇଛି ବର୍ଷା

ରାଜ୍ୟରେ ତାତି ଦିନକୁ ଦିନ ବଢ଼ିଚାଲିଛି । ସୋମବାର ୧୨ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଆଗକୁ ଆହୁରି ଅଧିକ ସ୍ଥାନ ଜଳାଇବ । ହେଲେ ରାଜ୍ୟରୁ ବର୍ଷା ପୂରା ଗାଏବ ହୋଇଯାଇଛି । ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଉତ୍କଟ ରୂପ ନେଲାଣି । ଗତ ମାର୍ଚ୍ଚ ମାସରୁ ଏବେସୁଦ୍ଧା ପ୍ରାୟ ୮୯% ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ମାର୍ଚ୍ଚ ୧ରୁ ଏପ୍ରିଲ ୧୧ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୮୯% ନିଅଣ୍ଟିଆ ବର୍ଷା ହୋଇଛି । ୧୩ ଜିଲ୍ଲାରେ ଆଦୌ ବର୍ଷା ହୋଇନି । ଏହି ସମୟ ଭିତରେ ବୌଦ୍ଧରେ ସ୍ୱାଭାବିକ ଭାବେ ୨୫.୭ ମିଲିମିଟର ବର୍ଷା ହେବା କଥା । କିନ୍ତୁ ଆଦୌ ବର୍ଷା ହୋଇନି । ଭଦ୍ରକରେ ୪୩.୩, କଟକରେ ୩୨.୭, ଢେଙ୍କାନାଳରେ ୩୬.୪, ଗଞ୍ଜାମରେ ୪୬.୮, ଜଗତସିଂହପୁରରେ ୩୬.୭, କଳାହାଣ୍ଡିରେ ୨୪.୪, କେନ୍ଦ୍ରାପଡାରେ ୩୩.୭, ଖୋର୍ଦ୍ଧାରେ ୩୩.୮, ନୟାଗଡରେ ୫୨.୨, ନୂଆପଡାରେ ୨୨.୭, ପୁରୀରେ ୨୪.୭ ଓ ସୋନପୁରରେ ୨୧.୨ ମିଲମିଟର ସ୍ୱାଭାବିକ ବର୍ଷା ହେବା କଥା । କିନ୍ତୁ ଏହି ସବୁ ଜିଲ୍ଲାରେ ବର୍ଷା ପରିମାଣ ଶୂନ । ସେହିଭଳି ଦେବଗଡ଼ରେ ୯୫% ନିଅଣ୍ଟିଆ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ୯୯%, ସମ୍ବଲପୁରରେ ୯୯%, ଯାଜପୁର ଓ ଝାରସୁଗୁଡ଼ାରେ ୯୮%

ଖରାଦିନରେ କାଳବୈଶାଖୀ ପ୍ରଭାବରୁ ଏହି ବର୍ଷା ହେବା ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ବର୍ଷା ହେଉନଥିବାରୁ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସୋମବାର ବାରିପଦାରେ ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୨.୫, ଝାରସୁଗୁଡ଼ାରେ ୪୨.୪, ସୋନପୁରରେ ୪୨.୧, ବୌଦ୍ଧରେ ୪୨, ଅନୁଗୁଳରେ ୪୧.୯, ଟିଟିଲାଗଡରେ ୪୧.୬, ସମ୍ବଲପୁରରେ ୪୧.୪, ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୪୦.୯, ଭବାନୀପଟଣାରେ ୪୦.୮, ତାଳ୍ରଚେରର ତାପମାତ୍ରା ୪୦.୨ଡିଗ୍ରୀ ରହିଥିଲା । ଆସନ୍ତା ୩ ଦିନ ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୪ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Show More

Related Articles

Back to top button