Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା

୮ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାତି

ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୮ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ରହିଛି ତାପମାତ୍ରା । ୪୨.୨ ଡିଗ୍ରୀ ତାପମାତ୍ରା ସହିତ ଟିଟିଲାଗଡ଼ ସବୁଠାରୁ ରାଜ୍ୟର ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ମଧ୍ୟ ୪୧.୨ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୧ ଡିଗ୍ରୀ ରହିଛି ।

ସେହିପରି ଭବାନୀପାଟଣାରେ ୪୧.୨, ସମ୍ୱଲପୁରରେ ୪୦.୧ ଡିଗ୍ରୀ, କଟକରେ ୩୪.୬ ଓ ଭୁବନେଶ୍ୱରରେ ୩୫.୬, ମାଲକାନଗିରିରେ ୪୦ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Show More

Related Articles

Back to top button