Breaking PLUSଓଡ଼ିଶାପାଣିପାଗ

ଆସୁଛି ବାତ୍ୟା ‘ଜଓ୍ୱାଦ’

ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ରଚିବ ତାଣ୍ଡବ !

ଆସୁଛି ବାତ୍ୟା ‘ଜଓ୍ୱାଦ’ । ଡିସେମ୍ବରରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ରଚିବ ତାଣ୍ଡବ ! ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ଡିସେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ପହଞ୍ଚିବ । ଏହା ପ୍ରଭାବରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରବଳ ବର୍ଷା ପବନ ହେବା ସମ୍ଭାବନା ରହିଛି ।

ନଭେମ୍ବର ୨୯ରୁ ୩୦ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟିହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଡିସେମ୍ବର ୨ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ ଜଓ୍ୱାଦ ରଖାଯିବ ।

ଗତ କିଛିବର୍ଷ ଧରି ଅକ୍ଟୋବର , ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ସାଇକ୍ଲୋନ୍ ଗୁଲାବ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ୟୁରୋପିଆନ ପାଣିପାଗ ମଡେଲ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ବାତ୍ୟାରେ ପରିଣତ ହେବା ପରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ଓ ଏହାପରେ ଏହା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମୁହାଁ ହେବ । ଏହା ପ୍ରଭାବରେ ଡିସେମ୍ବର ୩ ଓ ୪ ତାରିଖରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଝାରଖଣ୍ଡ ଓ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହୋଇପାରେ । ଚାଷୀ ମାନେ ପାଚିଲା ଧାନ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Show More

Related Articles

Back to top button