ଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ବାତ୍ୟା ‘ଗୁଲାବ’ କୁ ଦୃଷ୍ଟିରେ ରଖି ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି । ଏହି ବାତ୍ୟାରେ ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲା ବିଶେଷ ପ୍ରଭାବିତ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା, ଜଳବନ୍ଦୀ, ଭୂସ୍ଖଳନ କିମ୍ବା ପବନ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବା ଆଶଂକା ରହିଛି, ସେହି ଜିଲ୍ଲାରେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଜରୁରୀକାଳୀନ ସହାୟତା ଲାଗି ଟୋଲ୍ ଫ୍ରୀ ନମ୍ବର -୧୫୫୪ ଜାରି କରାଯାଇଛି । ୪୨ଟି ଓଡ୍ରାଫ୍, ୧୦୨ରୁ ଊଦ୍ଧ୍ୱର୍ ଫାୟାର ସର୍ଭିସ୍ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ରଖାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଆସିଛି ୧୩ଟି ଏନଡିଆରଏଫ୍ ଟିମ୍ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ଟିମ୍ ମୁତୟନ ହେବେ । ଗଜପତି, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବେ । ବାଲେଶ୍ୱର ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯିବ । ଆଜି ରାତି ସୁଦ୍ଧା ଏହି ସବୁ ସ୍ଥାନରେ ଏନଡିଆରଏଫ୍ ଟିମ୍ ମୁତୟନ ହେବେ ।

ଏଥିସହ ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା‌ ଆସିପାରେ। ଏପରିକି ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ଭୂସ୍ଖଳନର ବି ଆଶଙ୍କା ରହିଛି । କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ତାହାକୁ ଦୃଷ୍ଟିରେ ରଖି ଉକ୍ତ ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ପୁରୀ, ଖୋର୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲ‌ାରେ ପ୍ରବଳ ବର୍ଷାକୁ ନଜରରେ ରଖି ‌ଅରେଞ୍ଜ ୱାର୍ଣ୍ଣିଂ, ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ମଧ୍ୟ ବର୍ଷା ଲାଗିରହିବ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷାକୁ ନଜରରେ ରଖି ଅରେଞ୍ଜ ଏବଂ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button