ଓଡ଼ିଶାପାଣିପାଗ

ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଳଗୁଚାପର ରୂପ ନେବ

ବର୍ତ୍ତମାନ ସକ୍ରିୟ ଅବସ୍ଥାରେ ରହିଛି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଠ ଘୁର୍ଣ୍ଣିବଳୟ । ଆସନ୍ତା କାଲି ଲଘୁଚାପର ରୂପ ନେବାକୁ ଥିବାବେଳେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ଆରମ୍ଭ ହୋଇଯାଇଛି ।

୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାସହ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଗାମୀ ୭୨ ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଛି । ଡପ୍ଲର ରାଡାର ପାରାଦ୍ୱୀପ ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶାରେ ଜାରିରହିଛି ଘୁର୍ଣ୍ଣିବଳୟର ପ୍ରଭାବ । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ, ସୋନପୁରରେ ଭୀଷଣ ବର୍ଷା ସମ୍ଭାବନା ।

Show More

Related Articles

Back to top button