Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଲେ କଟକର ବିଜୟୀ ମେୟର ସୁବାସ ସିଂ

ବିଜେଡିର ବିଜୟକୁ ନେଇ ବିଜେଡି ମୁଖ୍ୟାଳୟରେ ବିଜୟର ଉତ୍ସବ ପାଳନ କରାଯାଇଛି ।

ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବିଜୟୀ ପ୍ରାର୍ଥୀ । କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ପୌର ନିର୍ବାଚନରେ ବିଜେଡିର ଐତିହାସକ ବିଜୟ ପରେ ଗତକାଲି ଭୁବନେଶ୍ୱର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ ଓ କର୍ପୋରେଟରଙ୍କ ବିଜୟକୁ ନେଇ ବିଜେଡି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସ ଯାଇଥିଲେ ବିଜୟୀ ମେୟର ଓ କର୍ପୋରେଟର । ସେଠାରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଆହୁରି ସବୁଜ, ସୁନ୍ଦର ଓ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନରେ ସଫଳତା ପରେ ପୌରନିର୍ବାଚନରେ ମଧ୍ୟ ବିପୁଳ ପରିମାଣରେ ବିଜୟ ଲାଭ କରିଛି ବିଜୁ ଜନତା ଦଳ । ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ପାଇଥିବା ବେଳେ ବିଜେପି ୧୬ଟି, କଂଗ୍ରେସ ୭ଟି ଓ ସ୍ୱାଧୀନ ପ୍ରାର୍ଥୀ ୯ଟି ଆସନ ପାଇଛନ୍ତି । ତେବେ ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜୁ ଜନତା ଦଳ । ସେହିପରି ବିଜେଡିର ବିଜୟକୁ ନେଇ ରାଜ୍ୟର ୩ ମହାନଗର ନିଗମ ବିଜେଡି ହାତକୁ ଯାଇଛି ।

Show More

Related Articles

Back to top button