Breaking PLUSଓଡ଼ିଶାମୁଖ୍ୟ ଖବର

ମହିଳାଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦର ଥାନାର କାର୍ଯ୍ୟରତ ସମ୍ପୃକ୍ତ ଓଏପିଫ ପୁଲିସ କର୍ମଚାରୀଙ୍କୁ କଟକ ଡିସିପି ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୨୨ ତାରିଖ ରାତିରେ କଟକ ସଦର ଥାନା ଅଞ୍ଚଳ ଶଙ୍ଖତ୍ରାସ ଗ୍ରାମରେ ଏକ ଗଣ୍ଡଗୋଳ ହେଉଥିବା ଖବର ପାଇ ସଦର ଥାନା ପିସିଆର ଘଟଣାସ୍ଥଳରେ ପହଁଚିଥିଲା। ପିସିଆରରେ ବସିଥିବା ଜଣେ ଓଏପିଫ କର୍ମଚାରୀ ନିଶାଶକ୍ତ ଅବସ୍ଥାରେ ଥାଇ ସେଠାରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି।

Show More

Related Articles

Back to top button