Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ଦଶହରା ଭସାଣି ପାଇଁ ଗାଇଡଲାଇନ୍ ଜାରି

କଟକରେ ଦୁର୍ଗା ପୂଜା ଭସାଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭସାଣ ସମୟରେ ସହରର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବାରଣ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ, ଚଣ୍ଡୀ ଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ପର୍ଯ୍ୟନ୍ତ ଭସାଣ ସମୟରେ ଯାନବାହାନ ଚଳାଚଳ ବାରଣ କରାଯାଇଛି।

Show More

Related Articles

Back to top button