ଓଡ଼ିଶାମୁଖ୍ୟ ଖବର

କଟକରେ ଆଜି ୭୧ କରୋନା ପଜିଟିଭ୍‌

କଟକ ସହରର ଆଜି ମୋଟ ୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

କଟକ: କଟକ ସହରର ଆଜି ମୋଟ ୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି । ଏହାସହ ୨୪ ଜଣ ହୋମ କ୍ୱାରେନଣ୍ଟାଇନ୍ ରୁ ଥିବା ବେଳେ ୩୦ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । କଟକ ସହରରେ ଏବେ ସୁଦ୍ଧା ୧୪,୧୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୩,୧୪୪ ଜଣ ସୁସ୍ଥ ହୋଇଛନ୍ତି। ୬୩ ଜଣଙ୍କର ମୃତ୍ୟୁ ହୋଇଛି। ୮୯୫ ଟି ସକ୍ରିୟ କେସ ରହିଛି ।

Show More

Related Articles

Back to top button