Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର, 27 ନଭେମ୍ବର- ଆଜିଠୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । ରାଜ୍ୟସ୍ତରୀୟ ଏହି ମହୋତ୍ସବକୁ ଜିଲା ପ୍ରଶାସନ, କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବାଲିଯାତ୍ରା ପାଇଁ ଉଭୟ ମେଳା ପଡ଼ିଆ ସଜେଇ ହୋଇଛି । ଏଥର ବାଲିଯାତ୍ରାରେ ୧୪୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିଥିବାବେଳେ ଓରମାସ ପକ୍ଷରୁ ୪୫୦ଷ୍ଟଲ ଖୋଲିଛି। ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉଭୟ ବଲିଉଡ ଏବଂ ଓଲିଉଡର ପ୍ରସିଦ୍ଧ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ଆଇନଶୃଙ୍ଖଳା ରକ୍ଷା ପାଇଁ ୭୦ପ୍ଲାଟୁନ ଫୋର୍ସ ଉଭୟ ଉପର ଓ ତଳ ମେଳା ପଡ଼ିଆରେ ମୁତୟନ କରାଯାଇଛି। ଆଜି ସନ୍ଧ୍ୟାରେ ଏହି ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ ହେବ।

Show More

Related Articles

Back to top button