ଓଡ଼ିଶା

୨ଦିନକୁ ବୃଦ୍ଧି ହୋଇପାରେ କଟକ ବାଲିଯାତ୍ରା

୨ଦିନକୁ ବୃଦ୍ଧି ହୋଇପାରେ କଟକ ବାଲିଯାତ୍ରା । ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଟକ ସିଏମ୍ ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ସି.ଏମ୍.ସି ମେୟରଙ୍କ ଅଧକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁ ସ୍ଥାନୀୟ ପ୍ରତିନିଧୀ ମାନେ କଟକ ବାଲିଯାତ୍ରାକୁ ଆଉ ଦୁଇଦିନ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ତେବେ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାକୁ ଅନୁମୋଦନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟକୁ ପଠା ଯାଇଛି ।

ଏହି ପ୍ରସ୍ତାବ ପାଳିତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଛୋଟ ବଡ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା । ଆସନ୍ତା ୧୬ ତାରିଖ ରେ ବାଲିଯାତ୍ରା ଶେଷ ହେବାକୁ ଥିଲାବେଳେ ଆଉ ଦୁଇଦିନକୁ ବୃଦ୍ଧି ହୋଇପାରେ । ଏନେଇ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି ।

 

Show More

Related Articles

Back to top button