Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଗିରଫ

ସୁବର୍ଣ୍ଣପୁର ଜିଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ(ସିଏସଓ) ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ସୁରେଶଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା। ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଭୁବନେଶ୍ଵରର ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ସୁରେଶଙ୍କର ୨ଟି କୋଠା, ଗୋଟିଏ ଫାର୍ମ, ୧୯ଟି ପ୍ଲଟ ଠାବ ହୋଇଥିଲା। ଏହା ସହିତ ୧.୭୨ କୋଟିର ବ୍ୟାଙ୍କ ଜମା ଏବଂ ନଗଦ ୧.୪୯ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହା ସହିତ ୫୦୦ ଶାଗୁଆନ ଗଛ ଥିବା ୪ ଏକର ଜମି ମଧ୍ୟ ଠାବ କରିଥିଲା ଭିଜିଲାନ୍ସ ଟିମ୍‌।

Show More

Related Articles

Back to top button