Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଭାଙ୍ଗିଲା ସମସ୍ତ ବିଶ୍ୱରେକର୍ଡ, ଆଇପିଏଲ ଉଦଘାଟନୀ ମ୍ୟାଚ ଦେଖିଲେ ରେକର୍ଡ ସଂଖ୍ୟକ ଦର୍ଶକ

ଭାରତୀୟ କ୍ରିକେଟ ବୋର୍ଡର (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ସୂଚନା ଦେଇ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 13 ତମ ସିଜନରେ ଶନିବାର ଖେଳାଯାଇଥିବା ଉଦଘାଟନୀ ମ୍ୟାଚକୁ ବିଶ୍ୱର ପ୍ରାୟ 200 ନିୟୁତ(20 କୋଟି) ଲୋକ ଟିଭି ମାଧ୍ୟମରେ ଦେଖିଛନ୍ତି ।

ଶାହାଙ୍କ ସୂଚନା ଅନୁଯାୟୀ, କୌଣସି ଦେଶରେ କୌଣସି ଖେଳର ଉଦ୍‌ଘାଟନୀ ଉତ୍ସବକୁ ଦେଖିବାରେ ଏହା ଏକ ରେକର୍ଡ । ଶନିବାର ଦିନ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ୍ -13 ର ଉଦଘାଟନୀ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚାରିଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା ।

ଜୟ ଶାହା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟ୍ୱିଟରରେ ଟ୍ୟାଗ କରି ଲେଖିଛନ୍ତି, “ଆଇପିଏଲର ଉଦଘାଟନୀ ମ୍ୟାଚ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । BARC ଅନୁଯାୟୀ ଏହି ମ୍ୟାଚକୁ 200 ନିୟୁତ ଲୋକ ଦେଖିଥିଲେ । କୌଣସି ଉଦଘାଟୀନ ମ୍ୟାଚ୍ ଦେଖିଥିବା ଏହା ହେଉଛି ସର୍ବାଧିକ ଦର୍ଶକ । ଯାହା ସମଗ୍ର ବିଶ୍ୱରେ ଏକ ରେକର୍ଡ । “

Show More

Related Articles

Back to top button