ଦେଶ ବିଦେଶବାଣିଜ୍ୟ

ବଢିଲା ଅଶୋଧିତ ତୈଳ ଦର

IEA ଦେଲା ଚେତାବନୀ

ଋଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରିରହିଛି। ଏଥିପାଇଁ ଅଶୌଧିତ ତୈଳ ଦର ବଢିବାରେ ଲାଗିଛି। ବିଶ୍ବ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟରେ, ବିଶ୍ବରେ ଶକ୍ତି ସଙ୍କଟ ବୃଦ୍ଧି ହେବାର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି IEA ଚେତାବନୀ ଦେଇଛି। ଅଶୋଧିତ ତୈଳ ଦର ବୃଦ୍ଧିକୁ ନେଇ ପୂର୍ବରୁ ଏକ୍ସପର୍ଟ ମାନେ ଚିନ୍ତା ବ୍ୟକ୍ତ କରିଥିଲେ। ଯୁଦ୍ଧ ପାଇଁ ଋଷରୁ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ହଠାତ୍ ଏହାର ମୂଲ୍ୟରେ ୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪ ପରେ ଏହି ମୂଲ୍ୟ ସର୍ବାଧିକ ରହିଛି। ବିଶ୍ୱ ଚୁକ୍ତି ଅନୁଯାୟୀ ଅଶୋଧିତ ତୈଳ ଯୋଗାଣ କରାଯାଉନାହିଁ ।

ଜାପାନ ସମେତ IEA ସଦସ୍ୟ, ଆମେରିକା ସେମାନଙ୍କ ଭଣ୍ଡାରରୁ ୬୦ ନିୟୁତ ବ୍ୟାରେଲ ତୈଳ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। IEA କହିଛି ଯେ, ତୈଳ ସଂରକ୍ଷଣ ଅପେକ୍ଷା ଦ୍ରୁତ ଗତିରେ ରିଲିଜ୍ ହେବା ପରେ ଏହାର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ଏହି ବୃଦ୍ଧି ଜାରି ରହେ, ତେବେ ଦୁନିଆରେ ଏକ ଶକ୍ତି ସଙ୍କଟ ହୋଇପାରେ। ଆମେରିକା ବଜାରରେ ଥିବା ଭଣ୍ଡାରରୁ ୩୦କୋଟି ବ୍ୟାରେଲ ତେଲ ବଜାରକୁ ଛଡାଯାଇଛି। ସମଗ୍ର ବିଶ୍ୱରେ ତେଲର ବ୍ୟବହାର ବଢୁଥିବାରୁ ରିଜର୍ଭରେ ରଖାଯାଇଥିବା ତେଲ ଏଥିପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି।

Show More

Related Articles

Back to top button