Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼, ଏସି ବ୍ୟାରିକେଟ କାର୍ଯ୍ୟକାରୀ

ପୁରୀ, ୧ ଜାନୁଆରୀ – ଆଜି ବର୍ଷର ପ୍ରଥମ ଦିନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହିଛି । ଦୂରଦୂରନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଆଜି ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ସଅଳ ହୋଇଛି । ରାତି ସାଢ଼େ ୧ଟାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଥିଲା ସିଂହଦ୍ଵାର । ରାତି ୧ଟା ୪୦ରୁ ଦର୍ଶନ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ମରିଚିକୋଟ ଛକ ଠାରୁ ଧାଡିରେ ଯାଇ ନୂଆ ଏସି ବ୍ୟାରିକେଟ ଦେଇ ସିଂହଦ୍ଵାରରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ୩୭ ସେକ୍ସନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ଶ୍ରୀମନ୍ଦିର ବାହାରେ ୬୮ ସେକ୍ସନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପକ୍ଷରେ ସହର ସମେତ ସମୁଦ୍ର ବେଳାଭୂମିରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ଅଂଚଳକୁ ନୋ ଭେଇକିଲ ଜୋନ୍ କରାଯାଇଛି । ବଡଦାଣ୍ଡରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ସେହିପରି ସମୁଦ୍ର କୂଳ ଦିଗବାରିଣୀ ଖୁଂଟି ଠାରୁ ବତୀଘର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ କୌଣସି ଯାନବାହନ ପାର୍କିଂ ହୋଇପାରିବ ନାହିଁ । ଏନେଇ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଗତକାଲି ଓ ଆଜି ପାଇଁ ଏହି ନିୟମ ଲାଗୁ କରିଛି ଜିଲ୍ଲା ପୋଲିସ । ନୂଆବର୍ଷ ଅବସରରେ ସମୁଦ୍ର କୂଳରେ

Show More

Related Articles

Back to top button