Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନ

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନ। ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୬ଟି ସ୍ଥାନରେ ଏକ ସଙ୍ଗେ ଚଢ଼ଉ କରାଯାଇଛି।

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନ। ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୬ଟି ସ୍ଥାନରେ ଏକ ସଙ୍ଗେ ଚଢ଼ଉ କରାଯାଇଛି। ମାଥନଙ୍କ ବାସଭବନ, ପୈତୃକ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି।

ଭୁବନେଶ୍ୱର କେସୁରା ସ୍ଥିତ ତାଙ୍କର ଏକ ଦୁଇ ମହଲା ଘର ଏବଂ ଝାରପଡ଼ାସ୍ଥିତି ୨ଟି ୩ ମହଲା ଘର ସହିତ ସେଠାରେ ଥିବା ଆଉ ଏକ ଗୋଟିଏ ମହଲା ଘରେ ଚଢ଼ଉ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ସ୍ଥିତ ତାଙ୍କ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ମଧ୍ୟ ଭିଡିଲାନ୍ସ ଟିମ୍ ଚଢଉ କରିଛି। ତେବେ ଏହି ଚଢଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ଜଣାପଡିଛି । ସେହିପରି କବିତା ମାଥନଙ୍କ ମୋଟ ସମ୍ପତିର ପରିମାଣ ସଂପର୍କରେ ଗଣତି ପରେ ସଠିକ୍ ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମାଥନ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି।

ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ କବିତା ମାଥନ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋର ଆୟ ବହିର୍ଭୂତ ସମ୍ପତ୍ତି ନାହିଁ । ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି। ମୋ ସ୍ୱାମୀ ଜମି ବେପାର କରନ୍ତି। ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ବି ଅଛି।

Show More

Related Articles

Back to top button