Breaking PLUSଦେଶ ବିଦେଶମୁଖ୍ୟ ଖବର

୯ ବର୍ଷ ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ ଓ ପତ୍ନୀ ଆୟେଶା

ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ । ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ବଂଶୋଦ୍ଭବ ଆୟେଶା ମୁଖାର୍ଜୀଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ବିବାହର ୯ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ କ୍ରିକେଟର ଶିଖର ଧଓ୍ୱନ । ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ବଂଶୋଦ୍ଭବ ଆୟେଶା ମୁଖାର୍ଜୀଙ୍କ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ସେମାନେ ଡିଭୋର୍ସ ନେଇଥିବା ଚର୍ଚ୍ଚା ହେଉଛି । ଏନେଇ ଶିଖର ଧଓ୍ୱନ କି ଆୟେଶା ମୁଖାର୍ଜୀଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ କୌଣସି ସୂଚନା ସାମନାକୁ ଆସିନି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ଆୟେଶାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖାଅଛି, ‘ଥରେ ଛାଡପତ୍ର ହୋଇଥିଲା । ଦ୍ୱିତୀୟ ଥର ପାଇଁ ଅନେକ କିଛି ଚାପରେ ଥିବା ପରି ଲାଗୁଥିଲା । ମୋତେ ବହୁତ କିଛି ପ୍ରମାଣ କରିବାକୁ ପଡିଲା । ତେଣୁ ଯେତେବେଳେ ମୋର ଦ୍ୱିତୀୟ ବିବାହ ଭାଙ୍ଗିଗଲା ଏହା ଅତ୍ୟନ୍ତ ଭୟାନକ ଥିଲା । ମୁଁ ଭାବିଲି ତଲାକ୍ ଏକ ଖରାପ ଶବ୍ଦ, କିନ୍ତୁ ତା’ପରେ ମୁଁ ପୁଣି ତଲାକ ହେଲା ।

Show More

Related Articles

Back to top button